ଭଦ୍ରା ସ୍କୁଲର ୫ଟି କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ସ୍କୁଲରେ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟ ଆରମ୍ଭ ହେଉଥିବାବେଳେ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ତଦାରଖ କରିଛନ୍ତି । ଠିକ ଭାବରେ କାର୍ଯ୍ୟ କରିବା ସହ ଶୀଘ୍ର ଶେଷ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବିଡ଼ିଓ ଚନ୍ଦ୍ରମଣି ନାଗ, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।