ହେଲମେଟ୍ ନପିନ୍ଧି ରାଲି କରୁଥିଲେ, ଏବେ ଫସିବେ !

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ରାସ୍ତା ଉପରେ ଗାଡି ଚଳାଇଲେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଓ ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲା କମିଶନରେଟ୍ ପୋଲିସ। କିନ୍ତୁ ନିକଟରେ ଏକ ନିଦ୍ଦିଷ୍ଟ ଦଳର କର୍ମୀ ବିନା ହେଲମେଟରେ ବାଇକ୍ ରାଲି କରୁଥିବା ନେଇ କାର୍ଯ୍ୟାନୁଷ୍ଠାନ ନେବ ସିପି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କମିଶନରେଟ୍ ପୁଲିସ୍। କୌଣସି ଏକ ଦଳ ବିନା ହେଲମେଟ୍ ରେ ରାଲି କରୁଥିଲେ।

ଏହା ସିସିଟିଭି ଫୁଟେଜ୍ ଆଧାରରେ ସମ୍ପୃକ୍ତ କର୍ମୀଙ୍କ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଭାରତରେ ରାଜନୈତିକ ରାଲି ଏକ ସମ୍ୟସା ସୃଷ୍ଟି କରିଛି। ଏହାର ସମାଧାନ କିପରି ହୋଇପାରିବ ସେନେଇ ଉପାୟ ବାହାର କରାଯିବ ବୋଲି ସିପି ସୂଚନା ଦେଇଛି।  ପ୍ରକାଶଯୋଗ୍ୟ, ନିକଟ ଅତୀତରେ ବିଜେଡିର ପ୍ରତିଷ୍ଠା ଦିବସ ନେଇ ଦଳୀୟ କର୍ମୀ ଭୁବନେଶ୍ୱରରେ ରାଲି କରୁଥିଲେ। ଏହି ରାଲିରେ ଅନେକ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ନଥିବାର ଦେଖିବାକୁ ମିଳିଥିଲା।