ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ନଂ ଜାତୀୟ ରାଜପଥ ଖିରେଇଟାଙ୍ଗିରି ପୋଖରୀ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅଟୋ ଡ୍ରାଇଭରଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ବାଇକ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକେ ଜାତୀୟରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଶହଶହ ଗାଡି ମୋଟର ଅଟକି ରହିଛି।