ଆରୋଗ୍ୟଙ୍କ ସଂଖ୍ୟା ୮୪ ହଜାର ପାର, ଆଜି ସୁସ୍ଥହେଲେ ୩୩୦୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୩୩୦୩ରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୪୦୭୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଆଜି କଟକରେ ସର୍ବାଧିକ ୬୫୦ ସୁସ୍ଥ ହୋଇଥିଲାବେଳେ ଖୋର୍ଦ୍ଧାରୁ ୪୯୩ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ବଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ ୧୨୫, ମୟୂରଭଞ୍ଜ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡ଼ ୮୭, ଅନୁଗୁଳରୁ ୮୦, ବାଲେଶ୍ୱରରୁ ୭୯, ମାଲକାନଗିିରି ୬୬, କନ୍ଧମାଳରୁ ୫୫, ଭଦ୍ରକରୁ ୪୯, ଜଗତସିଂହପୁର ୪୯, ବଲାଙ୍ଗିର ୪୭, ଗଜପତିରୁ ୩୭, ବରଗଡ଼ରୁ ୩୫, ନୂଆପଡ଼ାରୁ ୩୫, ଢ଼େଙ୍କାନାଳରୁ ୩୨, କେନ୍ଦ୍ରାପଡ଼ାରୁ ୩୦, ସୋନପୁର ୨୫, କଳାହାଣ୍ଡିରୁ ୧୪, ଝାରସୁଗୁଡ଼ାରୁ ୧୩ ଓ ଦେବଗଡ଼ରୁ ୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।