ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ

ଫୁଲବାଣୀ,ଏନ୍ଏନ୍ଏସ୍: ସଦର ଥାନା ତୁଡିପାଜୁ ନିକଟରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଥାନାଧିକାରୀ ଆଦିତ୍ୟ ସେଠୀଙ୍କ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ତୁଡିପାଜୁରୁ ମର୍ଦେଜୁ ଗ୍ରାମକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଚାଳକ ରୋହିତ କହଁର ଓ ହେଲ୍ପର ସୁମନ କହଁର ଗୁରୁତର ହୋଇଥିଲେ। ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।