ସ୍କୁଟିକୁ ଧକ୍କା ଦେଲା କାର, ସ୍କୁଟି ଚାଳକ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବିଜାତଳା ବ୍ଲକ ବଡ଼ାମତଳିଆ-ବାଙ୍କି ରାସ୍ତାର ବାଘିଆଟାଙ୍ଗର ଛକରେ ଶନିବାର ବିଳମ୍ବିତ ରାତିରେ ସ୍କୁଟିକୁ କାର ଧକ୍କାଦେବାରୁ ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସୂଚନା ଯୋଗ୍ୟ, ବାଘିଆଟାଙ୍ଗର ଗ୍ରାମର ରବୀନ୍ଦ୍ର ମହାନ୍ତ (୨୬) ଗତକାଲି ରାତିରେ ରାଇରଙ୍ଗପୁରରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ କାରଟି ତାଙ୍କୁ ଧକ୍କା ଦେବାରୁ ସେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଆଜି ସକାଳେ ତାଙ୍କର ମୃତଦେହ ଗାଁ ଲୋକେ ଓ ପରିବାର ଲୋକେ ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଜଣାଇଥିଲେ । ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ଏଏସଆଇ ମନୋଜ କୁମାର ରାଠୋର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ରାଇରଙ୍ଗପୁର ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।