ବ୍ରିଜ୍ କାମରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଅଙ୍ଗାର ଗଡିଆ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ କାମଚାଲୁଥିବା ବେଳେ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ତେଲେଙ୍ଗା ସାହିର ସୁନା ସୋରେନ। ସେ ଟ୍ରାକ୍ଟରରେ ହେଲପର ଥିଲେ।

ରେଲୱେ ବ୍ରିଜର କାମ ଚାଲିଥିବାବେଳେ ଟ୍ରାକ୍ଟରରେ କଂକ୍ରିଟ ବିମ୍ ଲଦାଯାଉଥିଲା। ଏହି ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ତଳେ ଚାପିହୋଇ ସୁନା ସୋରେନଙ୍କ ମୃତ୍ୟୁ ଘଟିଛି।