ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

ନରସିଂହପୁର,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ଗ୍ରାମପଞ୍ଚାୟତ ଜେନାସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ରୁ ଊର୍ଦ୍ଧ୍ୱ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିରେ ଘରର ସମସ୍ତ ଆସବାବପତ୍ର ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗ୍ରାମର ଦେବରାଜ ଜେନା ଓ ଦୁର୍ଯ୍ୟୋଧନ ଜେନାଙ୍କ ଘରେ ନିଆଁ ଲାଗି ଚାରିଆଡେ ବ୍ୟାପୀ ଯାଇଥିଲା। ଏନେଇ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୩୦ମିନିଟ ବିଳମ୍ବରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳେକୁ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡ଼ିଛି। ସେହିପରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିିଁ।