ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକରେ ଦୁର୍ଘଟଣା: ୪ ଗୁରୁତର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକରେ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ପଥର ବୋଝେଇ ମିନିଟ୍ରକ୍ ଏକାଧିକ ଦୋକାନ ଉପରେ ଚଢ଼ିବା ପରେ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଚାପି ହୋଇଥିବା ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି। ଏଥିସହିତ ଗୁରୁତର ଆହତଙ୍କୁ ମେଣ୍ଢାଶାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।