ଗଛକୁ ପିଟିଲା କାର୍: ୪ ମୃତ, ଜଣେ ଗୁରୁତର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ ଜଣ ଯୁବକ କାରରେ ଉମରକୋଟରୁ ନବରଙ୍ଗପୁରକୁ ଯାଉଥିଲେ। ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏହି ସମୟରେ ଏକ ଗଛକୁ ସେହି କାରଟି ପିଟିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ଥିବା ୪ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ।