ଅଜଣାଗାଡ଼ି ଧକ୍କାରେ ୨ କରୋନା ଯୋଦ୍ଧା ଗୁରୁତର

ଫୁଲବାଣୀ,ଏନ୍ଏନ୍ଏସ୍: ଏକ ଅଜଣା ଗାଡ଼ି ଧକ୍କାରେ କନ୍ଧମାଳ ଜିଲ୍ଲାର ୨ କରୋନା ଯୋଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଫୁଲବାଣୀ ସଦରଥାନାର ସଦାନନ୍ଦ ସାହାଣୀ ଓ ପ୍ରତାପ କୁମାର ସାହାଣୀ ଆଜି ଗୁମାଗଡ଼ରେ ଡ଼୍ୟୁଟିରେ ଥିଲେ। ଅପରାହ୍ଣରେ ସେମାନେ ସଦରଥାନାକୁ ଫେରୁଥିବା ବେଳେ କେରେଡ଼ି ଠାରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ ଉଭୟ ସେଠାରେ ପଡିଥିବା ବେଳେ ଅଞ୍ଚଳବାସୀଙ୍କ ଠାରୁ ଖବର ପାଇ ସଦରଥାନା ପୁଲିସ ସେଠାରେ ପହଞ୍ଚି ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।