ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଅନୁଗୁଳ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ କେତେ ନିରୀହ ଜୀବନ ବଳି ପଡ଼ୁଛି। ଆଉ କାହାର ସଂସାର ଉଜୁଡ଼ିଯାଉଛି। ଏମିତି ଏକ ଘଟଣା ଘଟିଛି, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟରେ ଦୁର୍ଘଟଣା ଘଟି ୨ ମୃତ, ୨ଗୁରୁତର। ଏନ୍ଏଚ୍-୫୫ରେ ରାସ୍ତା କାମ ଚାଲିଥିବା ବେଳେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଥିବା ୨ଜଣ ଯାତ୍ରୀଙ୍କ ମୃତ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଟକ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଛନ୍ତି।