ବୋଲେରୋ ଧକ୍କାରେ କନେଷ୍ଟବଳ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗୁରୁବାର ସନ୍ଧ୍ୟାରେ ଏକ ବଲେରୋ ଧକ୍କାରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ମୃତ କନଷ୍ଟେବଳ ଜଣକ ଝାରସୁଗୁଡ଼ା ଟାଉନ ଥାନା ଦୁଇ ନମ୍ବର ଆଉଟ ପୋଷ୍ଟରେ କାର୍ଯ୍ୟରତ ଥିବା ଶ୍ରୀକାନ୍ତ ପାଣ୍ଡିଆ (୪୦) ଓ ତାଙ୍କ ଘର ଲଖନପୁର ବ୍ଲକ କୁମ୍ଭାରବନ୍ଧ ଦଲଗା ବୋଲି ଜଣାପଡିଛି। ସେ ଗୁରୁବାର ସନ୍ଧ୍ୟାରେ ବାଇକରେ ଆସୁଥିବା ବେଳେ ସଦର ଥାନା ବିଟିଏମ ମିଲ୍ ଗେଟ ସମ୍ମୁଖରେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝାରସୁଗୁଡ଼ା ସଦର ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଆଜି ମୃତକର ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।