ବରଗଡ଼,ଏନ୍ଏନ୍ଏସ୍: ୱେସ୍କୋକୁ ଟାଟା ପାୱାରକୁ ବିକ୍ରି କରିବା ପ୍ରସଙ୍ଗରେ ୱେସ୍କୋ ଶ୍ରମିକ ଓ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିରୋଧ କରାଯାଇଛି। ଏନେଇ ମିଳିତ ମଞ୍ଚ ତରଫରୁ ଆନ୍ଦୋଳନ ଡାକରା ସହ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଧାରଣା ଦ୍ଵିତୀୟ ଦିନରେ ପହଞ୍ଚି ଥିବା ବେଳେ ଆମ୍ ଆଦମି ପାର୍ଟି (ଆପ୍) ତରଫରୁ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଆପର ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ, ଅମିତାବ ପାତ୍ର, ଅସିତ ସାହୁ ପ୍ରମୁଖ ଉପସ୍ଥିତି ରହି ମିଳିତ ମଞ୍ଚର ଦାବିକୁ ସମର୍ଥନ ଜଣାଇଥିଲେ।