ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୩ କରୋନା ରୋଗୀ : ସୁନ୍ଦରଗଡ଼ରୁ ସର୍ବାଧିକ ୬୬

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩୬୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୨୦ ହଜାର ୯୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୬୬, ଖୋର୍ଦ୍ଧାରୁ ୪୬, ମୟୁରଭଞ୍ଜରୁ ୨୮, ଅନୁଗୁଳରୁ ୨୧, ବାଲେଶ୍ୱର, କଟକ ଓ ପୁରୀରୁ ୨୦ ଲେଖାଏଁ, ସମ୍ବଲପୁରରୁ ୧୭,ବଲାଙ୍ଗିରରୁ ୧୪ ଓ କଳାହାଣ୍ଡି ଜିଲ୍ଲାରୁ ୧୩ଜଣ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୧୧, ଜଗତସିଂହପୁରରୁ ୯, ଗଞ୍ଜାମ ଓ ନୂଆପଡ଼ାରୁ ୭ ଲେଖାଏଁ, ଝାରସୁଗଚଡ଼ା ଓ କେଉଁଝରରୁ ୬ ଲେଖାଏଁ, ଢେଙ୍କାନାଳରୁ ୫, କୋରାପୁଟରୁ ୪, ଭଦ୍ରକ ଓ ମାଲକାନଗିରିରୁ ୩ ଲେଖାଏଁ, ରାୟଗଡ଼ାରୁ ୨, ଯାଜପୁର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଓ ଷ୍ଟେଟପୋଲରୁ ୧୧ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୫ହଜାର ୫୦୫କୁ ବୃଦ୍ଧି ପାଇଥିବାବେଳେ ୩ଲକ୍ଷ ୨୦ ହଜାର ୯୪୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୮୨୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ହଜାର ୬୭୬ ଜଣ ଚିକିତ୍ସିତ ହେଉଛନ୍ତି।