ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଷ୍ଟକ ମାର୍କେଟ ନିବେଶକ ତଥା ବ୍ୟବସାୟୀ ରାକେଶ ଝୁନଝୁନଓ୍ବାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ଅର୍ଥନୀତି ବ୍ୟବସ୍ଥାକୁ ନେଇ ସେ ବହୁତ ଉତ୍ସାହିତ ଓ ଆଶାବାଦୀ ରହିଛନ୍ତି। ରାକେଶ ଝୁନଝୁନଓ୍ବାଲାଙ୍କ ସହ ସାକ୍ଷାତ ହୋଇଥିବାରୁ ବେଶ ଖୁସିବ୍ୟକ୍ତି ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟୁଏସ କୋବରେଲି ସାଇମଣ୍ତ ଲିମିଟେଡର ସିଇଓ ନୁନଜିଓ କୋବେରେଲିଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ। ଉଭୟଙ୍କ ମଧ୍ୟରେ ଶିକ୍ଷା ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଯାହା ଦୀର୍ଘ ସମୟ ଧରି ଚାଲିଥିଲା।