ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କୁ ଆଜି ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଗତକାଲି ସଞ୍ଜୟ ସିଂହ ଚେୟାର ଉପରେ ପେପର ଫିଙ୍ଗିଥିଲେ ସେଥିପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଞ୍ଜୟ ସିଂହ ହେଉଛନ୍ତି ୨୪ତମ ସାଂସଦ ଯାହାଙ୍କୁ ମୌସୁମୀ ଅଧିବେସନରୁ ନିଲମ୍ବିତ କରାଯାଇଛି । ଏନେଇ ରାଜ୍ୟସଭା ଉପସଭାପତି ନାରାୟଣ ସିଂହ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟସଭା ଗତକାଲି ୧୯ ସଦସ୍ୟଙ୍କୁ ସପ୍ତାହକ ପାଇଁ ନିଲମ୍ବିତ କରାଯାଇଛି । ଏଥିରେ ମୌସମ ନୂର, ଏଲ ଯାଦବ, ବୀ ଶିବଦାସନ, ଅବୀର ବିସେବାସ, ସୁଷ୍ମିତା ଦେବ, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲହା, ଏଏ ରହୀମ, କନିମୋଝୀ, ଶାନ୍ତନୁ ସେନ, ନଦୀମ ଓଲ ହକ ଓ ଡୋଲା ସେନ ପ୍ରମୁଖ ସାମିଲ ରହିଛନ୍ତି । ପ୍ରଶ୍ନକାଳ ସମୟରେ ବିରୋଧୀ ଦଳ ‘ରୋଲବ୍ୟାକ୍ ଜିଏସଟି’କୁ ନେଇ ନାରାବାଜି କରିଥିଲେ ।