ଗୁଜରାଟ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟିର ଏଣ୍ଟ୍ରି

ଅହମ୍ମଦାବାଦ: ଗୁଜରାଟରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ନିର୍ବାଚନ ଲଢ଼ିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅହମ୍ମଦବାଦ ଗସ୍ତ କରି ସେଠାରେ ଆପ୍ ପ୍ରଦେଶ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି ଅବସରରେ ବରିଷ୍ଠ ପତ୍ରକାର ଇସୁଦାନଭାଇ ଗଢ଼ବୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ପାର୍ଟିରେ ସାମିଲ ହୋଇଥିଲେ। ୧୮୨ ସିଟ୍ ବିଶିଷ୍ଟ ଗୁଜରାଟ ବିଧାନସଭାରେ  ଆପ୍  ସବୁ ସିଟରେ ପ୍ରାର୍ଥୀ ଠିଆ କରିବ।

ଆପ୍ କାର୍ଯ୍ୟାଳୟ ଉଦଘାଟନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦଘାଟନ କରି କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟରେ କ୍ଷମତାଧାରୀ ବିଜେପି ଓ ବିରୋଧ କଂଗ୍ରେସ  ବିରୋଧରେ ଆପ ଏକ ବିଶ୍ୱାସଯୋଗ୍ୟ ବିକଳ୍ପ। ଗୁଜରାଟରେ ଖୁବଶୀଘ୍ର ପରିବର୍ତ୍ତନ ହେବ।