ପୋଖରୀରେ ବୁଡ଼ି ଜଣେ ମୃତ

ଆଳି,ଏନ୍ଏନ୍ଏସ୍: ଆଳି ଥାନା ଅନ୍ତର୍ଗତ ଗୌଡ଼ପଟଣା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଭାବଗ୍ରାହୀ ପରିଡ଼ା ନାମକ ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଭାବଗ୍ରାହୀ ସକାଳ ପ୍ରାୟ ୬ଟା ସମୟରେ କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ପୋଖରୀ ନିକଟରେ ପହଂଚି ତାଙ୍କ ଚପଲ ଓ ବ୍ରସ ପଡ଼ିଥିବା ଦେଖି ଖୋଜିବା ସମୟରେ ଭାବଗ୍ରାହୀ ଭାସୁଥିବା ଦେଖିବାକୁ ପାଇଥିଲେ। ପୋଖରୀରୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ଆଳି ମେଡିକାଲକୁ ଅଣାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।