ଭୁବନେଶ୍ୱର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର, ଗୋଷାଣୀ ଓ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ପେଣ୍ଠ ପଂଚାୟତ ୩ ଦିନ ପାଇଁ ସଟଡାଉନ ରହିବ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହ ଘୋଷଣା କରିଛନ୍ତି । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସଟଡାଉନ ସମୟରେ କେବଳ ଜରୁରୀ ମେଡିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି ଦିଆଯିବ। ଏଥିସହିତ କରୋନା ଲକ୍ଷଣ ଯାଂଚ ପାଇଁ ୪୦ ମେଡିକାଲ ଟିମ୍ କାର୍ଯ୍ୟ କରିବେ। ଆଉ ସଟଡାଉନ ସମୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଟ୍ୱିଟ୍ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି।
