ନୂଆଦିଲ୍ଲୀ,ଏଜେନ୍ସି: ଏକ ବିବାହିତ ଦମ୍ପତି ଦ୍ୱାରା ପୁଲିସ ସୁରକ୍ଷା ପାଇଁ ଦେଇଥିବା ପିଟିସନ୍କୁ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଖାରଜ କରି ଦିଆଯାଇଛି ଏବଂ କେବଳ ବିବାହ କରିବା ଉଦ୍ଦେଶ୍ୟରେ ଧର୍ମାନ୍ତରଣ ଅସ୍ୱୀକାର୍ଯ୍ୟ ବୋଲି କୋର୍ଟ ପକ୍ଷରୁ ରାୟ ଦିଆଯାଇଛି । ମହିଳା ଜଣକ ମୁସଲମାନ ଥିଲେ ଏବଂ ସେ ବିବାହ କରିବାର ଏକମାସ ପୂର୍ବରୁ ହିନ୍ଦୁ ଧର୍ମରେ ପରିବର୍ତ୍ତିତ ହୋଇଯାଇଥିଲେ । ସେମାନଙ୍କ ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନରେ ପରିବାର ହସ୍ତକ୍ଷେପ ନକରିବା ପାଇଁ ସେମାନେ ପିଟିସନ୍ ଦେଇଥିଲେ ।