ଆକାଶଙ୍କ କୋରେଇ ଦୁର୍ଘଟଣାସ୍ଥଳୀ ପରିଦର୍ଶନ

ଯାଜପୁର,ଏନ୍‌ଏନ୍‌ଏସ୍‌: ଯାଜପୁର ଜିଲ୍ଲା କୋରେଇରେ ଆଜି ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପରିପେକ୍ଷୀରେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ ଦୁର୍ଘଟଣାସ୍ଥଳୀକୁ ଯାଇ ପୁଲିସ ପ୍ରଶାସନ ସହ ଆଳୋଚନା କରିଛନ୍ତି । ପରେ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଆକାଶ ହସ୍ପିଟାଲ ଯାଇଥିଲେ । ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଦୁଃଖ ବ୍ୟକ୍ତ ମଧ୍ୟ କରିଥିଲେ । ଏଥିସହିତ ଆଗାମୀ ଦିନରେ ଏପରି ଦୁର୍ଘଟଣାକୁ ରୋକିବା ପାଇଁ ରେଲୱେ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।