ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ସାଇବର ଥାନା ପୁଲିସ ଚାର୍ଜସିଟ ଦାଖଲ କରିଛି । ରାଜ ଅଭିନେତ୍ରୀ ସର୍ଲିନ ଚୋପଡ଼ା, ପୁନମ ପାଣ୍ଡେ, ଫିଲ୍ମ ନିର୍ମାତା ନୀତା ଝୁନଝୁନୱାଲା ଓ କ୍ୟାମେରାମ୍ୟାନ ରାଜୁ ଦୁବେଙ୍କ ସହ ମିଶି ଡିଲକ୍ସ ହୋଟେଲରେ ପ୍ରୋନୋଗ୍ରାଫୀ ଭିଡିଓ ପ୍ରସ୍ତୁତ କରାଯାଉଥିଲା । ଏଥିସହିତ ଟଙ୍କା ରୋଜଗାର କରିବା ପାଇଁ ଏହି ଭିଡିଓକୁ ଓଟିଟି ପ୍ଲାଟଫର୍ମରେ ବିତରଣ କରାଯାଉଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

୪୫୦ ପୃଷ୍ଠାର ଚାର୍ଜସିଟରେ ରାଜ କୁନ୍ଦ୍ରା, ସୁବଜୀତ ଚୌଧୁରୀ ଓ ଅନ୍ୟ ଷ୍ଟାଫ ସଦସ୍ୟ ଉମେଶ କାମତ ମିଶି ପ୍ରୋନ୍ କଣ୍ଟେଣ୍ଟଯୁକ୍ତ ୱେବ ସିରିଜ୍ ‘ପ୍ରେମ ପଗଲାନୀ’ ଓଟିଟି ପ୍ଲାଟଫର୍ମରେ ଅପଲୋଡ କରିଥିବା ଦର୍ଶାଯାଇଛି । ଏହାବ୍ୟତୀତ ପୁନମ ପାଣ୍ଡେଙ୍କ ନିଜ ମୋବାଇଲ ଆପ୍ ‘ଦି ପୁନମ ପାଣ୍ଡେ’କୁ ଡେଭଲପ ସହ ରାଜ କୁନ୍ଦ୍ରାଙ୍କ କମ୍ପାନୀ ସାହଯ୍ୟରେ ଭିଡିଓ ସୁଟ ଓ ଅପଲୋଡ କରି ପ୍ରସାର କରିବାର ଆରୋପ ରହିଛି ।