ତାମିଲନାଡୁ: ଦେଶରେ ଜାରି ହୋଇଥିବା ଲକଡାଉନ୍ ୫.୦ ଓ ଅନଲକ୍-୧ରେ ସମସ୍ତ ରାଜ୍ୟରେ ଅଧିକାଂଶ କଟକଣା ହଟାଇ ଦିଆଯାଇଛି । ଅନେକ ରାଜ୍ୟରେ ସେଲୁନ୍ ଖୋଲିବା ପାଇଁ ଅନୁମତି ମିଳିନାହିଁ । କିନ୍ତୁ କିଛି ରାଜ୍ୟ ଗାଇଡଲାଇନ୍ ଆଧାରରେ ସେଲୁନ୍ ଖୋଲିଛନ୍ତି । ତାମିଲନାଡୁ ସରକାର ସେଲୁନ୍ ଖୋଲିବା ପାଇଁ ଅନୁମତି ଦେବା ସହ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଏହି ବିଜ୍ଞପ୍ତିରେ ଏକ ଅଜବ ନିୟମ ଲେଖାଯାଇଛି । ତାମିଲନାଡୁ ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ, ଯଦି କେହି ଚୁଟି କାଟିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡ଼ିବ। ନଚେତ୍ ଚୂଟି କଟାଯିବ ନାହିଁ ସ୍ପଷ୍ଟ କରାଯାଇଛି। ତାମିଲନାଡୁରେ ଜୁନ ୧ରୁ ସମସ୍ତ ସେଲୁନ୍ ଓ ବ୍ୟୁଟି ପାର୍ଲର ଖୋଲିଥିବା ନଜର ଆସିଛି । ଏହାକୁ ଖୋଲିବା ପାଇଁ କିଛି ଗାଇଡ୍ ଲାଇନ୍ ମଧ୍ୟ ପ୍ରଦାନ କରାଯାଇଛି । ଏଥିରେ ସାମଜିକ ଦୂରତା ସହ ସ୍ୱଚ୍ଛତା, ମାସ୍କ ଓ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ବ୍ୟକ୍ତି ଏହାକୁ ପାଳନ ନକରେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।