ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସମୀକ୍ଷା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମର ୩ ଦିନିଆ ରାୟଗଡ଼ା ଗସ୍ତ

ରାୟଗଡ଼ା,ଏନ୍ଏନ୍ଏସ୍: ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଯୋଜନା ଓ କୋଭିଡ ପରବର୍ତ୍ତି ସ୍ଥିତିରେ ରାୟଗଡା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସଂପର୍କିତ ସ୍ଥିତି ଜାଣିବାକୁ ରାୟଗଡା ଜିଲ୍ଲାକୁ ୩ ଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି ଏକ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଟିମ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ ରାୟଗଡା ପହଞ୍ଚି ପୃଥକ ପୃଥକ ଭାବେ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା, ଗୁଣୁପୁର ସବଡ଼ିଭିଜନ ଡାକ୍ତରଖାନା ସମେତ ୧୪ଟି ଡାକ୍ତରଖାନା, ୧୦ଟି ଉପକେନ୍ଦ୍ର ଓ ଗୁଣୁପୁର ମାଁ’ ଘରକୁ ପରିଦର୍ଶନ କରି ସେଠାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି।

ଏଥିସହ ଏକ ଟିମ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଡାକ୍ତରଖାନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନ ସମସ୍ତ ଯୋଜନାର ସମୀକ୍ଷା କରିବା ସହ ରୋଗୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ସମସ୍ତ ଅନୁସନ୍ଧାନ ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ରସରକରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବା ସହ ରାଜ୍ୟ ସରକକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହକାରୀ ଆୟୁକ୍ତ ପଦ୍ମିନୀ କାଶ୍ୟପ।