ଝାରସୁଗୁଡା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ଅପରାହ୍ଣରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ । ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି, ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିବା ସହ ବିମାନ ବନ୍ଦର ରାସ୍ତାରେ ଆଲୋକି କରଣ ପାଇଁ ଲଗାଯାଇଥିବା ଷ୍ଟ୍ରିଟ ଲାଇଟର ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ବିମାନ ବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଲାଗିବା ଝାରସୁଗୁଡାବାସୀଙ୍କ ପାଇଁ ଗର୍ବର ବିଷୟ । ସନ୍ଦୀପ ଅବସ୍ତି, ପିଣ୍ଟୁ ପଢ଼ୀ, ପ୍ରତାପ ନନ୍ଦ, ରଘୁମଣି ପଟେଲ, ତ୍ରିନାଥ ଗୋଏଲ, ମଦନ ହାତୀ, ମଙ୍ଗଳ ସାହୁ, ଦୀନେଶ ଜେନ, ସବିତା ପ୍ରଧାନ, ସତ୍ୟନାରାୟଣ ବୈଦାର, ନରେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।