ଭଦ୍ରକ,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରରେ କଏଦୀ ମୃତ ଦେହ ଉଦ୍ଧାର ହୋଇଛି। ମୃତ କଏଦୀଙ୍କ ପରିବାର ଲୋକେ ହତ୍ୟା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଗତକାଲି ତଥା ଗୁରୁବାର ବିଳମ୍ବିତ ରାତିରେ ଜଣେ କଏଦୀର ସୋର ଉପକାରାଗାର ଭିତରେ ମୃତ୍ୟୁ ହୋଇଯାଇଛି। ଜେଲ କର୍ତ୍ତୃପକ୍ଷ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିିଥିଲେ। ମୃତ କଏଦୀ ଆଧିପତାରେ କ୍ଷତ ଚିହ୍ନ ରହିଥିବା ବେଳେ ବେକରେ ଦଉଡି ଚିହ୍ନ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଭକ୍ରକ ଜିଲ୍ଲାର ସର୍ବେଶ୍ୱର ବାରିକଙ୍କର ପୁଅ କମଳାକାନ୍ତ ବାରିକ। ଗତ ଗଣେଶ ପୂଜା ସମୟରେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ଜେଲରେ ସଜା କାଟିଥିଲା। ପରେ କୋଭିଡ ପାଇଁ ତାଙ୍କୁ ସୋର ସବ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଶୁକ୍ରବାର କମଳାକାନ୍ତଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।