ନୂଆ ଡିଜିଙ୍କୁ ମାଓ ଚିନ୍ତା, ଦମନ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି

ଫୁଲବାଣୀ,ଏନ୍ଏନ୍ଏସ୍: ନୂଆ ଡିଜିଙ୍କୁ ମାଓ ଚିନ୍ତା। ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି। ଆଜି(ଶୁକ୍ରବାର) ନୂଆ ପୁଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି।

ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲ୍ଲାର ୫ ଏସପି ସାମିଲ ହୋଇଥିଲେ। କିଭଳି ୫ ଜିଲ୍ଲାରେ ମାଓବାଦୀ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି ସୁନୀଲ ବଂଶଲ।

ସେପଟେ ମାଓପ୍ରବଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧରେ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୀକ୍ଷା ବୈଠକରେ ଡିଜି ସୁନୀଲ ବଂଶଲଙ୍କ ସମତେ ଇନ୍ଟଲିଂଜେନ୍ସ ନିର୍ଦ୍ଦେଶକ ଲଳିତ ଦାସ, ଡିଜି ଏଏସପି ମନୋଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର ଉପସ୍ଥିତ ଥିଲେ।

ଡିଆଇଜି ଏସଆଇଡବ୍ଲୁ ଅନିରୁଧ ସିଂ, ଆଇଜି ବିଏସଏଫ ଏସ.ବୁଦ୍ଧ କୋଟି, ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ବଲପୁର ଦୀପକ କୁମାରଙ୍କ ସମତେ ମାଓ ପ୍ରବଣ ଅଞ୍ଚଳର ୫ ଏସପି ଜଣେ ଏସଡିପିଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।