କରୋନାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ: ଭିଡ଼ିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବେ। ଏଥିସହିତ ସମସ୍ତ ରାଜ୍ୟମାନଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ଚର୍ଚ୍ଚା କରାଯିବ। ଖାଲି ଏତିକି ନୁହେଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯିବ। ଆଜି ଦିନ ୧୧ଟାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଚର୍ଚ୍ଚା କରିବେ।

ଏହା ପୂର୍ବରୁ ବିଭିନ୍ନ ସେକ୍ଟରର ପ୍ରତିନିଧିଙ୍କ ସହ କରୋନା ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିସାରିଛନ୍ତି । କରୋନା ନେଇ ପ୍ରଧାନମନ୍ତ୍ରୀ ଦୁଇଥର ଦେଶବାସୀଙ୍କୁ ସମ୍ବୋଧିତ କରିସାରିଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନେଇ ବି ଟିପ୍ସ ଦେଇସାରିଛନ୍ତି ।