ବିଦ୍ୟୁତ୍ ତାର ଲାଗି ଏକ ଦନ୍ତା ହାତୀ ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ପୁଣି ବିଦ୍ୟୁତ୍ ତାର ସଂସ୍ପର୍ଶରେ ପ୍ରାଣ ହରାଇଲା ଏକ ଦନ୍ତା ହାତୀ। ଏଭଳି ଭାବେ ଆଜି ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏକ ୧୨ ବର୍ଷୀୟ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି।

ଚାଷକୁ ସୁରକ୍ଷା ଦେବା ପାଇଁ ଏହି ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିବା ଡିଏଫଓ ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ତେବେ ଏହା ମଧ୍ୟ ଏକ ସଙ୍ଗୀନ ଅପରାଧ ହୋଇଥିବାରୁ ଏହାକୁ ଗୁରୁତର ସହ ନେବା ପାଇଁ ଡିଏଫଓ କହିଛନ୍ତି। ଆସନ୍ତା ୩ ଦିନ ଭିତରେ ଏହାର ରିପୋର୍ଟ ଦେବାକୁ ଏଏଫସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଏଫଓ।