ଉତ୍ତରାଖଣ୍ଡରେ ସରୀଶୃପଙ୍କ ପାଇଁ ପ୍ରଥମ ଇକୋ-ବ୍ରିଜ୍

ଡେରାଡୁନ୍,ଏଜେନ୍ସି: ସରୀସୃପ ମାନଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏକ ଅଭିନବ ଉପାୟ ପ୍ରସ୍ତୁତ ହୋଇଛି। ସେମାନେ ଯେପରି ସୁରକ୍ଷିତ ଭାବେ ରାସ୍ତା ପାର ହେବେ ସେ ନେଇ ପାଇଁ ଇକୋ-ବ୍ରିଜ ପ୍ରସ୍ତୁତ କରାଯାଇଛି। ଏହି ଇକୋ ବ୍ରିଜଟି ଉତ୍ତରାଖଣ୍ଡର ରାମନଗର ଜଙ୍ଗଲ ବିଭାଗ ଅନ୍ତର୍ଗତ କଳାଢ଼ୁଙ୍ଗି-ନୈନିତାଲ ରାଜରାସ୍ତା ଉପରେ ତିଆରି କରାଯାଇଛି।

ଏହି ଇକୋ ବ୍ରିଜଟି ୯୦ ଫୁଟ ଲମ୍ବର ଓ ଏହାର ଚଉଡା ୫ ଫୁଟ ବୋଲି କଳାଢ଼ୁଙ୍ଗି ରେଞ୍ଜର ବନ ଅଧିକାରୀ ଅମିତ କୁମାର ଗୁୱାସକୋଟି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସାପ, ଝିଟିପିଟି ପ୍ରଭୃତି ଅନ୍ୟ ସରୀଶୃପମାନେ ରାସ୍ତା ପାର ହେବା ବେଳେ ଅନେକ ସମୟରେ ଗାଡ଼ି ଚକାତଳେ ସେମାନଙ୍କ ମୃତ୍ୟୁ ହୋଇଥାଏ। ଏହି ଇକୋ-ବ୍ରିଜ ଦ୍ୱାରା ଏହାକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି। ଏହି ବ୍ରିଜ ନିର୍ମାଣରେ ବାଉଁଶ, ରସି ଓ ଘାସର ବ୍ୟବହାର ହୋଇଥିବା ସେ ସୂଚନା ଦେଇଛନ୍ତି।