ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀ ମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବା ବେଳେ କୋଟଗଡ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡା ଠାରେ ବିକ୍ରି ପାଇଁ ଡିଲ ବେଳେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଧରିଥିବା ବେଳେ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି।
ରାଜ୍ୟରେ ବିରଳ ବଜ୍ରକାପ୍ତା ରାକେଟ ସକ୍ରିୟ ଥିବା ବେଳେ ପୁର୍ବରୁ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ. ନୂଆଗାଁ ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଧରାଯାଇଥିବା ବେଳେ କୋଟଗଡ ବନବିଭାଗ ଆଉ ଏକ ବଜ୍ରକାପ୍ତା ଧରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ ସାଧାରଣ ଲୋକ ସଚେତନ ହେଲେ ଏଭଳି ବିରଳ ଜୀବ ଜନ୍ତୁ ସୁରକ୍ଷା ରହିବ ବୋଲି ଡିଏଫଓ ବିଶ୍ୱ ରାଜ ପଣ୍ଡା ପ୍ରକାଶ କରିଛନ୍ତି।