ମାହାଙ୍ଗା: ବିଜେପିରେ ଯୋଗଦେଲେ ୨୫ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗାରେ ଶାସକ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କରିଥିଲା ବେଳେ ଏବେ ବିଜେଡି ଛାଡି ବହୁ କର୍ମୀ ପଦ୍ମ ଫୁଲ ଧରିବାକୁ ଆଗଭର ହୋଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ ମାହାଙ୍ଗାରେ ପ୍ରତାପଙ୍କ ପ୍ରତାପ କମି କମି ଯାଉଛି। ଗତକାଲି ସନ୍ଧ୍ୟାରେ ମାହାଙ୍ଗା ବ୍ଲକର ପୋଡାମରାଇ ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ନେତା ଶାରଦା ପ୍ରଧାନ ଯୋଗ ଦେଇଥିଲେ।

ପାଇକରାପୁର ଗ୍ରାମ ପଂଚାୟତର ବିଲିପଡା, ମାଟିପାରିଲୋ, ବ୍ରାହ୍ମଣ ମଣିଯୋରୀ ଗ୍ରାମର ୫ଟି ୱାର୍ଡରୁ ୨୫ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜୁ ଜନତା ଦଳ ତ୍ୟାଗ କରି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ୪୧ ନଂ ଜୋନ ସଭାପତି ନିର୍ମଳ ରାଉତ ଅଧ୍ୟକ୍ଷତା କରିଥିଲେ। ପାଇକରାପୁର ଗ୍ରାମ ପଂଚାୟତର ପ୍ରମୁଖ ଅଶୋକ ରାଉତ ଲଳିତଗିରି ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ପୋଡାମରାଇ ପଂଚାୟତର ପ୍ରମୁଖ ଅକ୍ଷୟ ମହାନ୍ତି, ବରାହିପୁର ପଂଚାୟତର କିଶୋର ରାଉତ ପ୍ରମୁଖ ଯୋଗ ଦେଇ ନୂତନ ଦଳୀୟ କର୍ମୀଙ୍କୁ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ମାହାଙ୍ଗା ବ୍ଲକର ସବୁ ପଂଚାୟତରୁ ବହୁ ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପିରେ ଦେବା ସହିତ ଶାରଦା ପ୍ରଧାନଙ୍କ ନେତୃତ୍ୱକୁ ମଜଭୁତ୍ କରିବେ ବୋଲି ଉକ୍ତ ମିଶ୍ରଣ ପର୍ବରେ ମତପ୍ରକାଶ ପାଇଥିଲା।