ବଲାଙ୍ଗିର,ଏନ୍ଏନ୍ଏସ୍: ବଜ୍ରାଘାତରେ ବଲାଙ୍ଗିର ସହରର ଜଣେ ମହିଳା ପରିବା ବିକାଳୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକ ଜଣକ ହେଲେ ସହରର ରମାଇ ଗଳିର ସୁକାନ୍ତୀ ପୌଢ଼। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସଂଧ୍ୟା ସମୟରେ ବର୍ଷା ସହ ବଜ୍ରାଘାତ ହେବା ଯୋଗୁ ସୁକାନ୍ତୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଏକ ଅଟୋରିକ୍ସା ମାଧ୍ୟମରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।