ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ସିକାପତ୍ରାପାଲି ଜଙ୍ଗଲରେ ଘନଶ୍ୟାମ ନାଗ ବ୍ୟକ୍ତି ଜଣକ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ବନବିଭାଗକୁ ଖବର ମିଳିଥିଲା। ଫରେଷ୍ଟର ପ୍ରିୟଙ୍କା ପୋଢ଼ଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ଶିବ ପ୍ରସାଦ ନାଗ ସମେତ ବନବିଭାଗ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ କରି ଶାଗୁଆନ କାଠ ଜବତ କରିଛନ୍ତି। ଏହି ଜବତ କାଠର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଫରେଷ୍ଟର ଶ୍ରୀମତୀ ପୋଢ଼ ସୂଚନା ଦେଇଛନ୍ତି।
ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟକ୍ତି ଜଣଙ୍କର କୋଭିଡ଼ ପଜିଟିଭ ରିପୋର୍ଟ ଆସିବାରୁ ତାଙ୍କୁ ଜାମିନରେ ଛଡା ଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ଅଞ୍ଚଳରେ ବନବିଭାଗ ପକ୍ଷରୁ କଡା ପେଟ୍ରୋଲିଂ ମଧ୍ୟ ହେଉଛି।