ଭାରତ ମୋଟର୍ସ ଉପରେ ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ ମୋଟର୍ସ ଉପରେ ସିଟି ଜିଏସଟି ପକ୍ଷରୁ ଚଢ଼ଉ କରାଯାଇଛି। ୩୮ କୋଟି ଟଙ୍କାର ପ୍ରବେଶ ଶୁଳ୍କ ବକେୟା ଥିବାରୁ ଚଢ଼ଉ ହୋଇଥିବା ଜଣାପଡ଼ିଛି। ପାହାଳ, ମଞ୍ଚେଶ୍ୱର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ୫ଟି ଟିମରେ ୩୦ଜଣ ଅଫିସର ଚଢ଼ଉରେ ସାମିଲ ହୋଇଛନ୍ତି।