ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେରଳ ନମ୍ବର ୧

ନୂଆଦିଲ୍ଲୀ: ନୀତି ଆୟୋଗ ୨୦୧୯-୨୦ ବର୍ଷ ଲାଗି ହେଲଥ ଇଣ୍ଡେକ୍ସ ଜାରି କରିଛି। ଉକ୍ତ ଇଣ୍ଡେକ୍ସରେ ସ୍ୱାସ୍ଥ୍ୟ ସେବା ମାମଲାରେ ପ୍ରତି ବର୍ଷ ରାଜ୍ୟର ରାଙ୍କିଂ କରାଯାଇଥାଏ। ଏଥିରେ କେରଳ, ତାମିଲନାଡ଼ୁ ଓ ତେଲେଙ୍ଗାନା କ୍ରମଶଃ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏଥିସହିତ ଲଗାତାର ସବୁ ମାନକରେ କେରଳ ଶୀର୍ଷରେ ରହିଛି। ଉତ୍ତରପ୍ରଦେଶର ରାଙ୍କିଂ ସୁଧୁରି ନଥିବାବେଳେ ପଏଣ୍ଟ ମାମଲାରେ ୟୁପି ସର୍ବାଧିକ ସୁଧାର କରିଛି। ୨୦୧୮-୨୦୧୯ରେ ଉତ୍ତରପ୍ରଦେଶର ପଏଣ୍ଟ ୨୫.୦୬ ଥିବାବେଳେ ୨୦୧୯-୨୦ରେ ୩୦.୫୭ ରହିଛି।

ସେହିପରି ଛୋଟ ରାଜ୍ୟ ମଧ୍ୟରେ ମିଜୋରାମ ଶୀର୍ଷରେ ରହିଛି। ଏଥିସହିତ କେନ୍ଦ୍ରଶାସିତ ପ୍ରଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଜମ୍ମୁ-କଶ୍ମୀର ସବୁ ମାନକରେ ସବୁଠୁ ନିମ୍ନରେ ରହିଥିବା ଜଣାପଡ଼ିଛି।