ନୂଆଦିଲ୍ଲୀ: କାନପୁରରେ ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ୧୯୪.୪୫ କୋଟି ଟଙ୍କା ଜବତ ହୋଇଛି। ଏହାବ୍ୟତୀତ ୨୩ କିଲୋ ସୁନା ଓ ୬ କୋଟି ମୂଲ୍ୟର ଚନ୍ଦନ ତେଲ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ପୀୟୁଷ ଜୈନଙ୍କୁ ୧୪ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି। ଏହି ରେଡ୍ ନେଇ ଡାୟରେକ୍ଟୋରେଟ ଜେନେରାଲ ଅଫ୍ ଜିଏସଟି ଇଣ୍ଟଲିଜେନ୍ସ(ଡିଜିଜିଆଇ) ବିସ୍ତାର ରୂପେ ସୂଚନା ପ୍ରଦାନ କରିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଯାଞ୍ଚରୁ ମିଳିଥିବା ପ୍ରମାଣ ଆଧାରରେ ପୀୟୁଷ ଜୈନଙ୍କୁ ଜେରା କରାଯାଇଛି। ତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି। ଜବତ ହୋଇଥିବା ଟଙ୍କା ବିନା ଜିଏସଟି ମାଲ ବିକ୍ରି ସହ ଜଡ଼ିତ ବୋଲି ପୀୟୁଷ ସ୍ୱୀକାର କରିଛନ୍ତି। ଏହାପରେ ପୀୟୁଷଙ୍କୁ କୋର୍ଟ ଚାଲାଣ କରାଯାଇ ୧୪ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି।