ପାଟଣାଗଡ ଏନଏସିରେ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ ଓ ଉଦଘାଟନ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ଏନଏସିର ବିଭିନ୍ନ ୱାର୍ଡରେ ୧୦ଟି ପ୍ରକଳ୍ପର ଭୂମି ପୂଜନ ସହ ୪ଟି ପ୍ରକଳ୍ପର ଉଦଘାଟନ ହୋଇଯାଇଛି। ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଥିଲେ। ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡର ଉନ୍ନତୀକରଣ ପାଇଁ ୨ କୋଟି ଟଙ୍କା ଅନୁଦାନ ଆସିଥିବା ବିଧାୟକ ସରୋଜ ମେହେର କହିଛନ୍ତି।

ଉଦଘାଟନ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହର ମହନ୍ତ, କନିଷ୍ଠ ଯନ୍ତ୍ରୀ ବରୁଣ ସା, ବିଜେଡି ମିଡିଆ ପ୍ରଭାରୀ ପ୍ରଦୀପ ମେହେର, ନଗର ସଭାପତି ପ୍ରଫୁଲ୍ଲ ମେହେର, ଛାତ୍ର ବିଜୁ ଜନତା ଦଳ ସଭାପତି ସୁକୁମାର ବାରିକ, ବିଜେଡି ନେତା ପରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।