ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ନିହତ

ହାଇଦ୍ରାବାଦ,ଏଜେନ୍ସି: ତେଲେଙ୍ଗାନା- ଛତିଶଗଡ ସୀମାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ। ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳିବିନିମୟରେ ୬ ମାଓବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସୂଚନା ମିଳିଛି। ଏହାସହ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ସମେତ ମରଣାସ୍ତ୍ର ଜବତ ହୋଇଛି।

ତେଲେଙ୍ଗାନା କିସ୍ତାରମ ଅଞ୍ଚଳରେ ସିଆରପିଏଫ ଯବାନ, ତେଲେଙ୍ଗାନା ପୁଲିସ ଓ ଛତିଶଗଡ ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା। କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ଅପରେସନରେ ସାମିଲ ଥିଲେ। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜୋରଦାର ଥିବା ସୂଚନା ଦେଇଛନ୍ତି ଏସପି ସୁନୀଲ ଦତ୍ତ।