କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପୁଲିସକୁ ପୁଣି ମିଳିଛି ବଡ ସଫଳତା। ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଇ ଗାଁର ଏକ ନିର୍ମାଣାଧୀନ ଘରେ ମାଛକୁଣ୍ଡ ଏବଂ ଲାମଟାପୁଟ ପୁଲିସ ମିଳିତ ଚଢ଼ଉ କରି ୧୩.୫୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରି ଏହି ସଫଳତା ପାଇଛି।
ଏହା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇ ଅଧିକ ଅନୁସନ୍ଧାନ ଚାଲିଛି ବୋଲି କହିଛନ୍ତି।