ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଶ୍ ରୋଇ କଲାନ୍ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଆଜି ‘ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଜମ୍ମୁ ଆଣ୍ଡ୍ କଶ୍ମୀର’ (ଆଇଏସ୍ଜେକେ) ସହ ସମ୍ପୃକ୍ତ ଥିବା ଜଣେ ଉଗ୍ରବାଦୀ ନିହତ ହୋଇଛନ୍ତି।
ପୁଲିସ କହିବା ଅନୁସାରେ, ନିହତ ଉଗ୍ରବାଦୀଙ୍କ ନାମ ଫହୀମ୍ ଭଟ। ପ୍ରାପ୍ତ ସୂଚନା ଅନୁସାରେ, ୨୧ ବର୍ଷିୟ ଫହୀମ୍ ଥିଲେ ବି.ଏ. ପଢୁଥିବା ଜଣେ ଛାତ୍ର। ଡିସେମ୍ବର ୨୩ରୁ ସେ ନିଖୋଜ ହୋଇଯାଇଥିବା ରିପୋର୍ଟ ହୋଇଥିଲା।
ସମ୍ପୃକ୍ତ ଅଞ୍ଚଳରେ ଉଗ୍ରବାଦୀଙ୍କ ଉପସ୍ଥିତ ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ, ସେନା ଏବଂ ‘ସିଆର୍ପିଏଫ୍’ ମଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ।