ଭଦୋଦରାର କ୍ୟାମିକାଲ ଫ୍ୟାକ୍ଟିରେ ବିସ୍ଫୋରଣ, ୪ ମୃତ

ଭଦୋଦରା: ଗୁଜରାଟର ଭଦୋଦରାସ୍ଥିତ ଏକ କ୍ୟାମିକାଲ ଫ୍ୟାକ୍ଟିରେ ବ୍ରୟଲର ଫାଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୭ଜଣ ଗୁରୁତର ଭାବେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ଯୋଗୁ ଆଖପାଖ ଘରର କାଚ ଫାଟି ଯାଇଛି। ବ୍ରୟଲରର ଅତ୍ୟଧିକ ଉତ୍ତାପ ଓ ଦେଖାଶୁଣା ଅଭାବରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ମିଳିବା ପରେ ପୁଲିସ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।