ନୂଆଦିଲ୍ଲୀ: ରାଜ୍ୟରେ ପୁଣିଥରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିନା ଭ୍ୟାକ୍ସିନ ସାର୍ଟିଫିକେଟରେ ସରକାରୀ ଚାକିରିଆଙ୍କୁ ଦରମା ନ ଦେବାକୁ ପଞ୍ଜାବ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ପଞ୍ଜାବ ସରକାର ଆଦେଶ ଜାରି କରିଛନ୍ତି।
ସରକାରୀ କର୍ମଚାରୀଙ୍କୁ ଦରମା ପାଇବା ପାଇଁ ପଞ୍ଜାବ ସରକାରଙ୍କ ଚାକିରି ପୋର୍ଟାଲରେ ଭ୍ୟାକ୍ସିନ ସାର୍ଟିଫିକେଟ ଜମା କରିବାକୁ ପଡ଼ିବ।