ଗୋଆ,ଏଜେନ୍ସି: ଆଇଏସ୍ଏଲ୍ କ୍ଲବ୍ ଏଫ୍ସି ଗୋଆ ମଙ୍ଗଳବାର ଡେରିକ୍ ପେରେରାଙ୍କ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ କ୍ଲବ୍ର ଟେକ୍ନିକାଲ୍ ଡାଇରେକ୍ଟର ଥିବା ପେରେରା ୨୦୧୯-୨୦ ସିଜନ୍ ଶେଷ ବେଳକୁ ସର୍ଜିଓ ଲୋଭେରାଙ୍କ ବିଦାୟ ପରା କ୍ଲିଫୋର୍ଡ ମିରାଣ୍ଡା ଓ ରୋମା କୁନିଲେରାଙ୍କ ଦହ କ୍ଲବ୍ ଦାୟିତ୍ୱ ସମ୍ଭାଳିଥିଲେ। ୨୦୧୮-୧୯ ସିଜନ୍ ଶେଷକୁ ବେଳକୁ ଏଫ୍ସି ଗୋଆ ପଏଣ୍ଟ ଟେବୁଲ୍ ନିମ୍ନରେ ଥିବା ବେଳେ ଏହି ପୂର୍ବତନ ଭାରତୀୟ ଖେଳାଳି ତାଙ୍କ ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ କ୍ଲବ୍କୁ ୨୦୨୧ ଏଏଫ୍ସି ଚାମ୍ପିଅନ୍ସ ଲିଗ୍ ଗ୍ରୁପ୍ ପର୍ଯ୍ୟାୟ ଯୋଗ୍ୟତା ପ୍ରଦାନ କରିଥିଲେ। ୫୯ ବର୍ଷୀୟ ପେରେରାଙ୍କର ଏଫ୍ସି ଗୋଆରେ ଖେଳୁଥିବା ବର୍ତ୍ତମାନର ଅଧିକାଂଶ ଖେଳାଳିଙ୍କ ସହ କାର୍ଯ୍ୟ କରିବାକୁ ଅଭିଜ୍ଞତା ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ତାଙ୍କ ଅଧୀନରେ ଖେଳିଆସିଛନ୍ତି।
ଏହି ନିଯୁକ୍ତ ସମ୍ପର୍କରେ ପେରେରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ଏହା ତାଙ୍କ ପରିବାର ଏବଂ ତାଙ୍କ ପାଇଁ ଗୌରବର ଦିନ। ଏହା ଏକ ବଡ଼ ସୁଯୋଗ ହୋଇଥିବା ବେଳେ ଆଗକୁ ଆମ ନିକଟରେ ବହୁ କଠିନ କାର୍ଯ୍ୟ ରହିଛି। ଖେଳାଳିଙ୍କ ସହ ଟ୍ରେନିଂ ଗ୍ରାଉଣ୍ଡ୍ରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଁ ବହୁ ଆଗ୍ରହୀ। ଏହି ସୁଯୋଗ ଦେଇଥିବାରୁ ସେ ଏଫ୍ସି ଗୋଆ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ କ୍ଲବ୍ ଫୁଟ୍ବଲ୍ ଡାଇରେକ୍ଟର ରବି ପୁଷ୍କର କହିଛନ୍ତି, ଡେରିକ୍ ଏଫ୍ସି ଗୋଆ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ କରି ଆମେ ବହୁ ଖୁସି।