ପ୍ରତିଶୋଧ ଉଦ୍ଦେଶ୍ୟରେ ୨୫୦ କୁକୁର ହତ୍ୟା; ଧରାପଡ଼ିଲେ ଦୁଇ ମାଙ୍କଡ଼

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ଏକ ବିଚିତ୍ର ଘଟଣା ଘଟିଛି। ମହାରାଷ୍ଟ୍ରର ଲାଭୁଲ୍ ଗ୍ରାମରେ ଦୁଇଟି ମାଙ୍କଡ଼ ପ୍ରତିଶୋଧ ପରାୟଣ ହୋଇ ପାଖାପାଖି ୨୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କ ହତ୍ୟା କରିଛନ୍ତି। ଖବର ମୁତାବକ୍ ଗ୍ରାମରେ ଦୁଇଟି କୁକୁର ପୂର୍ବରୁ ଏକ ମାଙ୍କଡ ଶିଶୁକୁ ମାରି ଦେଇଥିଲେ। ଏହି ହତ୍ୟାର ପ୍ରତିଶୋଧ ନେବା ପାଇଁ ନାଗପୁର ଜଙ୍ଗଲ ବିଭାଗ ଦ୍ୱାରା କୁକୁର ବନ୍ଧ୍ୟାକରଣ କରିବା ଉଦ୍ଦେଶ୍ୟରେ ଧରାଯାଉଥିବା ଅନେକ କୁକୁରଙ୍କ ହତ୍ୟା ଦୁଇ ମାଙ୍କଡ଼ କରୁଥିବାର ଜଣାପଡ଼ିଛି।

ଉଭୟ ମାଙ୍କଡ଼ଙ୍କୁ ଧରାଯାଇ ନିକଟସ୍ଥ ଜଙ୍ଗଲରେ ଛଡ଼ାଯିବ। ଏପରି ଏକ ହତ୍ୟାର ପ୍ରତକ୍ଷଦର୍ଶୀ ଜଙ୍ଗଲ ବିଭାଗକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଛି। ଏହି ଖବର ଗ୍ରାାମବାସୀ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହିତ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।