କରାଚିରେ ବଡ଼ ଧରଣର ବିସ୍ଫୋରଣ, ୧୦ ମୃତ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀସ୍ଥିତ ଶେରଶାହା ପାରାଚା ଚୌକରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଘଟଣାଟି ଏକ ପ୍ରାଇଭେଟ ବ୍ୟାଙ୍କ ପାଖ କ୍ଷେତ୍ରରେ ଘଟିଥିବାରୁ ଆଖପାଖରେ ଥିବା ବିଲ୍ଡିଂରେ ମଧ୍ୟ କ୍ଷୟକ୍ଷତି ଘଟିଛି। କେଉଁ କାରଣରୁ ବିସ୍ଫୋରଣ ଘଟିଛି ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।