ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଏଣ୍ଟ ଯୋଗୁ ସମଗ୍ର ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଇତିମଧ୍ୟରେ ୨୦୨୪ ପର୍ଯ୍ୟନ୍ତ କରୋନା ଶେଷ ହେବ ନାହିଁ ବୋଲି ଔଷଧ କମ୍ପାନୀ ଫାଇଜର ଅନୁମାନ କରିଛି। ଏଥିସହିତ ୨ରୁ ୪ ବର୍ଷ ପିଲାଙ୍କ ଟିକାର ପ୍ରତିରୋଧକ କ୍ଷମତା କମ୍ ଥିବା ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛି।
ଫାଇଜରର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ମିକେଲ ଡୋଲଷ୍ଟନ କହିଛନ୍ତି ଯେ, ଆଗାମୀ ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ କିଛି କ୍ଷେତ୍ରରେ କରୋନା ମାମଲା ସାମ୍ନାକୁ ଆସିପାରେ। ୨୦୨୪ ପର୍ଯ୍ୟନ୍ତ ଏହି ସଂକ୍ରମଣର ବିପଦ କମିବ ନାହିଁ। କିନ୍ତୁ ସମାଜ କେତେ ପ୍ରଭାବୀ ଢଙ୍ଗରେ ଟିକା ଓ ଉପଚାରର ବିକାଶ ଓ ଉପଯୋଗ କରୁଛି ତାହା ଉପରେ ମଧ୍ୟ ନିର୍ଭର କରିବ। ଟିକାକରଣ ଦର କମ୍ ରହିଲେ ସଂକ୍ରମଣର ଡର ସେମିତି ହିଁ ରହିବ।