ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିରରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ସମ୍ନାକୁ ଆସିବା ପରେ ଅଞ୍ଚଳରେ ଭୟରେ ବାତା ବରଣ ସୃଷ୍ଟି କରିଛି। ଘରେ ପଶି ଯୁବକଙ୍କ ତଣ୍ଟି କାଟି ଦେଇଛନ୍ତି ଦୁର୍ବୃତ୍ତ ଯାହାକୁ ନେଇ ଲୋକେ ଛାନିଆ ହୋଇ ପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହରର ଗାନ୍ଧି ନଗର ପଡାରେ ଏପରି ହତ୍ୟା କାଣ୍ଡ ଘଟିଛି। ପଡାର ୩୬ ବର୍ଷୀୟ ଅରବିନ୍ଦ ସିଂହଙ୍କୁ ଏପରି ବିଭତ୍ସ ଭାବେ ହତ୍ୟା କରାଯାଇଛି। ପୁଲିସ ଶବ ଜବତ କରିଥିବାବେଳେ କାରଣ ଜଣାପଡିନାହିଁ।
ମୃତ ଯୁବକଙ୍କ ବାପାଙ୍କ କହିବା ଅନୁସାରେ, ପୁଅ ଅରବିନ୍ଦଙ୍କ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା। ବାପା କବାଟ ବାଡେଇ ଡାକିବା ପରେ ଦୁଇଜଣ ଯୁବକ ଦୌଡି ପଳାଇଥିଲେ। ଘଟଣାସ୍ଥଳରେ ଏସଡିପିଓ, ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ନେଇ ଏସଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।