ବାଲିଗୁଡା,ଏନ୍ଏନ୍ଏସ୍: ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଚାରପତି ଦିଲ୍ଲୀପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ସୂଚନାରୁ ପ୍ରକାଶ ଯେ ବାଲିଗୁୁଡା ତାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ଗଡଗାବାଲି ଗ୍ରାମର ଅଭିଯୁକ୍ତ ସୁଜିତ କୁମାର ନାୟକ ତାଙ୍କ ଗ୍ରାମର ଜଣଙ୍କୁ ଦୁଷ୍କର୍ମ କରିଥିଲା ଏହାକୁ ବାଲିଗୁଡା ଥାନାରେ ମାମଲା ରୁଜୁ ହୋଇଥିଲା।
ଏହାକୁ ନେଇ ବାଲିଗୁଡା କୋର୍ଟରେ ୧୧୯/୧୫ରେ କେସ୍ ରେଜିଷ୍ଟ୍ରି ହୋଇ ବିଚାରଣ ଚାଲିଥିଲା। ବିଚାରପତି ସମସ୍ତ ସାଖ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ସୁଜିତ କୁମାର ନାୟକଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ସୁଧାଂଶୁ ମୋହନ ପତି।